
ବାହରାଇଚ୍ (ଉତ୍ତରପ୍ରଦେଶ), 30 ନଭେମ୍ବର (ଡେଲି ଓଡିଶା)-ଆଜି ପୂର୍ବାହ୍ନରେ ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲାରେ ଏକ ଟ୍ରକ୍ ଏବଂ ଏକ ରୋଡ୍ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଏହି ଘଟଣାରେ 15 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।
ଏହି ଦୁର୍ଘଟଣା ଜରୱାଲ ରାସ୍ତାର ଘାଗ୍ରାଘାଟ ଷ୍ଟେସନ ନିକଟ ବାହରାଇଚ-ଲକ୍ଷ୍ନୌ ରାଜପଥରେ ଘଟିଥିବା ଜଣା ପଡିଛି। ଖବର ନେବାରେ ଜଣାଯାଇଛି, ଜୟପୁରରୁ ବାହରାଇଚକୁ ଆସୁଥିବା ଇଡଗା ଡିପୋର ଏକ ବସ୍ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସର ପଛ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସୂଚନା ପାଇ ସ୍ଥାନୀୟ ଜିଲ୍ଲାପାଳ ଡକ୍ଟର ଦୀନେଶ ଚନ୍ଦ୍ର, ଏସପି କେଶବ ଚୌଧୁରୀ ଏବଂ କେସିଆରଗଞ୍ଜ କମଲେଶ ସିଂ ଘଟଣାସ୍ମାଥଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।
ମୃତମାନଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ଆହତଙ୍କ ମଧ୍ୟରେ 32 ବର୍ଷିୟା ଶିବ, ଦୁର୍ଗା, ପ୍ରେମ, ବିଶାଲ, ଶକୁନ୍ତଳା, ଧନୀରାମ, ଓମ ପ୍ରକାଶ, ବହରାଇଚର ବାସିନ୍ଦା, କାନହାଇ ଲାଲ, ଶ୍ରାବସ୍ତର, ଅବର, ଛପାଲି, ସୀତାପୁର, ରାମପ୍ରକାଶ, ସୀତାପୁର ନିବାସୀ , କାନପୁର ଦେହତର ବାସିନ୍ଦା ସନ୍ଦୀପ କୁମାର ଅନ୍ତର୍ଭୁକ୍ତ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।