ଲଖ୍ନୌ : ଉତ୍ତରପ୍ରଦେଶର ମୁଜାଫରନଗରରେ ଫରମାନି ନାଜଙ୍କ ସମ୍ପର୍କୀୟଙ୍କୁ ତାଙ୍କ ପିତା ଏବଂ ଭାଇ ହତ୍ୟା କରିଥିବା କଥା ପୋଲିସ ପ୍ରକାଶ କରିଛି । ଅନୈତିକ ସମ୍ପର୍କ ହତ୍ୟାକାଣ୍ଡର କାରଣ ବୋଲି କୁହାଯାଉଛି । ଫରମାନିଙ୍କ ପିତା ଆରିଫ ଏବଂ ଭାଇ ଫରମାନ ଏହି ଅପରାଧ କରିଥିଲେ । ଏହି ଘଟଣାରେ ଆଉ ତିନି ଜଣ ସମ୍ପୃକ୍ତ ଅଛନ୍ତି । ଜଣେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର୍ ଅଛି । ଚାରିଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି।
ଫରମାନି ନାଜ୍ ଜଣେ ୟୁଟ୍ୟୁବର୍ ଏବଂ ୟୁପିର ଗାୟିକା। ଅଗଷ୍ଟ 5ରେ ରତନପୁରୀ ପୋଲିସ ଷ୍ଟେସନ ଅଞ୍ଚଳର ମହମ୍ମଦପୁର ମାଫିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏଠାରେ 17 ବର୍ଷିୟ ଖୁରସିଦଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା। ମୁଜାଫରନଗର ଏସପି (ଗ୍ରାମୀଣ) ଅତୁଲ ଶ୍ରୀବାସ୍ତବ ହତ୍ୟାକାରୀଙ୍କ ବିଷୟରେ ସୂଚନା ଦେଇଛନ୍ତି । ପୋଲିସ କହିଛି ଯେ, ଗାୟିକାଙ୍କ ଭାଇ ଫରମାନି, ପିତା ଆରିଫ, ଦୁଇ ସମ୍ପର୍କୀୟ ଜାକିର ଏବଂ ଫରିୟାଦ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମିଶି ଷଡଯନ୍ତ୍ର କରିଥିଲେ।
ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଖୋଜୁଛି। ଉତ୍ତର ପ୍ରଦେଶ ପୋଲିସ୍ ଅନୁଯାୟୀ, ଫରମାନ ସ୍ୱୀକାର କରିଛି ଯେ, ଖୁରସିଦ ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା। ଏହା ଜିଣିବା ପରେ ସେମାନେ ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ । ଏହି ଅପରାଧରେ ବ୍ୟବହୃତ ଛୁରୀକୁ ପୋଲିସ ଉଦ୍ଧାର କରିଛି । ଶିବ ସ୍ତୁତି ହର ହର ଶମ୍ଭୁ ଗୀତ ଗାଇ ଗତ ବର୍ଷ ଗାୟିକା ଫରମାନି ନାଜ ଲାଇମଲାଇଟକୁ ଆସିଥିଲେ।।
ଏହା ପରେ ଦେବବନ୍ଦ ର ମୋଲଭି ଏହାକୁ ଅଣ-ଇସଲାମିକ ଘୋଷଣା କରିଥିଲେ । ଫରମାନି ନାଜ ମୁଜାଫରନଗରର ବାସିନ୍ଦା । ଜାହାଙ୍କୁ ୟୁଟ୍ୟୁବରେ 45 ଲକ୍ଷ ଲୋକ ଫଲୋ କରୁଛନ୍ତି । ଫରମାନି କହିଥିଲେ ଯେ, କଳାକାରମାନଙ୍କର କୌଣସି ଧର୍ମ ନାହିଁ । ଆମେ ହର-ହର ଶମ୍ଭୁ ଗୀତ କରି କୌଣସି ଭୁଲ କରିନାହୁଁ । ସଂଗୀତ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ର ସିଜନ 12 ରେ ମଧ୍ୟ ଫରମାନି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।
ଖୁରସିଦଙ୍କ ପିତା ୱାଲି ମହମ୍ମଦଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି ବୋଲି ଏସପି କହିଛନ୍ତି । ଅଭିଯୁକ୍ତଙ୍କ ଦ୍ୱାରା ଖୁରସିଦଙ୍କୁ ହତ୍ୟା କରାଯାଇଥିଲା। ତିନିଟି ପୋଲିସ ଟିମ୍ ଏହି ମାମଲାର ତଦନ୍ତ କରିଥିଲେ। ଯାହା ପରେ ଅଭିଯୁକ୍ତଙ୍କ ବିଷୟରେ ସୂଚନା ମିଳିଥିଲା। ହତ୍ୟାରେ ବ୍ୟବହୃତ ହୋଇଥିବା ଏକ ବାଇକ ମଧ୍ୟ ଉଦ୍ଧାର କରିଛି ପୋଲିସ୍ । ମୃତ ବ୍ୟକ୍ତି ଫରମାନି ନାଜଙ୍କ ସମ୍ପର୍କୀୟ ଭାଇ ଥିଲେ।