
ଭଦ୍ରକ,ତା୨/୩-ଗୋଟିଏ ପରିବାରର ଦୁଇ ଭାଈ ଓ ଭଉଣୀଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଘରୋଇ କଳିକୁ ନେଇ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗ୍ରାମର ବିଦ୍ୟାଧର ବେହେରା ପୁଅ ଆଜି ସକାଳେ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ବଡ଼ ଭାଇ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି। ଆତ୍ମହତ୍ୟାର ସୂଚନା ତଥା କାରଣ କ’ଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ଘରୋଇ କଳି ପାଇଁ ଏଭଳି ଘଟଣା ସାମ୍ନାକୁ ଆସିଥିବାର ଅନୁମାନ କରାଯାଉଛି। ତେବେ ଘଟଣାସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ସନାତନ ବେହେରା ହୋଇଥିବା ବେଳେ ତାଙ୍କ ଭଉଣୀର ନାମ ନିରୁପମା ବେହେରା ବୋଲି ସୂଚନା ମିଳିଛି ।ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ