
ବଲାଙ୍ଗିର : ଗତକାଲି. ତା13.10.2023ରିଖ, ସନ୍ଧ୍ୟା ପ୍ରାୟ 05.15ଟାରେ, ପାଟଣାଗଡ ରେଞ୍ଜ ର କର୍ମଚାରୀମାନେ ଲରମ୍ଭା ସେକ୍ସନର ତାଲଜୁରୀ ଗ୍ରାମ ନିକଟରେ ଶାଳ ଗଣ୍ଡି ଜବତ କରିଥିଲେ | ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା। ରେଞ୍ଜ ଅଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ବିଶିଙ୍କ ନିର୍ଦ୍ଦେଶନାରେ ଶ୍ରୀ ପ୍ରିୟବ୍ରତ ନାଏକ, ଫରେଷ୍ଟର, ଶ୍ରୀ ମିଥୁନ ମିର୍ଦ୍ଧା, ଫୋରେଷ୍ଟ ଗାର୍ଡ ଏବଂ ଶ୍ରୀମତୀ ସ୍ଵର୍ଣ୍ଣଲତା ଭୋଇଙ୍କ ସହିତ ପାଟଣାଗଡ ରେଞ୍ଜ ର ପାରା ସ୍କ୍ୱାଡ଼ ଏହି ଚଢ଼ାଉରେ ସାମିଲ ଥିଲେ I