ରାୟପୁର : ଆଜି ଛତିଶଗଡରେ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦାନ୍ତେୱାଡାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦାନ୍ତେୱାଡାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ବିଳାସପୁର ସରିବ । ପ୍ରାୟ 12ଟା 20 ମିନିଟ ସମୟରେ କେନ୍ଦ୍ରମନ୍ତ୍ରୀ ଜଗଦଲପୁରରେ ପହଞ୍ଚିବେ । ଏହାପରେ ପ୍ରାୟ 12.55 ମିନିଟରେ ଦାନ୍ତେୱାଡାର କରେଲୀ ପୋଲିସ ଲାଇନରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ । ପାଖାପାଖି 1.15ରେ ମାଆ ଦନ୍ତେଶ୍ୱରୀଙ୍କ ଦର୍ଶନ ପରେ ହାଇସ୍କୁଲ ମୈଦାନରେ ଜନସଭାରେ ଯୋଗ ଦେବେ ଶାହ ।
ପ୍ରଥମ ପର୍ଯ୍ୟାୟରେ ଏହି ପରିବର୍ତ୍ତନ ଯାତ୍ରା ଦାନ୍ତେୱାଡାରୁ ବିଳାସପୁର ଯାଏ ହେବ । ପ୍ରାୟ 1728 କିଲୋମିଟର ଯାତ୍ରା 16 ଦିନରେ ପୂରା କରାଯିବ । ଏହି ଯାତ୍ରାରେ ଭିନ୍ନ ଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରାୟ 45ଟି ସଭା,32ଟି ସ୍ୱାଗତ ସଭା ଓ 5ଟି ରୋଡ ସୋ ଅନୁଷ୍ଠିତ ହେବ ।
କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ପ୍ରାୟ ଅପରାହ୍ନ 4ଟାରେ ଦିଲ୍ଲୀ ଫେରିଯିବେ ଶାହ । ଶାହକୁ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସଭା ସ୍ଥଳୀ ସହିତ ଏହାର ଆଖପାଖ ଅଞ୍ଚଳରେ 2ହଜାରରୁ ଅଧିକ ଡିଆରଜି, ସିଆରପିଏଫ, କୋବ୍ରା ତଥା ଏସଟିଏଫ ଯବାନଙ୍କୁ ମୁତୟନ କରାଯାଇଛି । ସଭା ସ୍ଥଳୀରେ 5ରୁ ଅଧିକ ଡ୍ରୋନ କ୍ୟାମେରାରେ ନଜର ରଖିବ ପୋଲିସ । ଏହା ସହିତ ଡଗସ୍କ୍ୱାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।