ଜାମ୍ମୁ : ଜାମ୍ମୁ କାଶ୍ମୀରର ପୁଂଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ନିୟନ୍ତ୍ରଣ ରେଖା ଦେଇ ପାକିସ୍ତାନରୁ ଅନୁପ୍ରବେଶ କରାଯାଇଥିବା ପ୍ରଚେଷ୍ଟାକୁ ସୁରକ୍ଷା ବଳ ମାନେ ପଣ୍ଡ କରି ଦେଇଛନ୍ତି । ସୁରକ୍ଷ ବଳଙ୍କ ଗୁଳିରେ ଦୁଇ ଜଣ ଅନୁପ୍ରବେଶକାରୀ ସଫା ହୋଇଯାଇଛନ୍ତି ।
ପ୍ରତିରକ୍ଷା ପ୍ରବକ୍ତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ନିପାତ ହୋଇଥିବା ଅନୁପ୍ରବେଶକାରୀ ମାନଙ୍କ ଠାରୁ ଏକ 46, ମ୍ୟାଗାଜିନ ଓ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି । ଗୁପ୍ଚ ସୂତ୍ରୁ ସୂଚନା ମିଳିଥିଲା ଯେ ବାଲାକୋଟ ସେକ୍ଚରରେ ଅନୁପ୍ରବେଶକାରୀ ମାନେ ପ୍ରବେଶ କରିବାକୁ ଚେଷ୍ଟା କରିବେ । ଏହି ଅନୁସାରେ ସେଠାରେ ସୁରକ୍ଷା ବଢାଇ ଦିଆଯଇଥିଲା ।
ଅନୁପ୍ରବେଶକାରୀ ମାନେ ପଶିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଫେରି ଯିବାକ ସେନା ପକ୍ଷରୁ କୁହା ଯାଇଥିଲା । ହେଲେ ସେମାନେ ଏପରି କରି ନ ଥିଲେ ।ଫଳରେ ସେନା ବାହିନୀର ଜବାନ ମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି ।