ଗଞ୍ଜାମ : ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ତିନି ଦିନିଆ ଗଞ୍ଜାମ ଗସ୍ତର ଆଜି ଦ୍ଵିତୀୟ ଦିନରେ ସେ ଭଞ୍ଜନଗର, ସୋରଡ଼ା, ଆସିକା, ପୋଲସରା ଏବଂ ଖଲ୍ଲିକୋଟରେ ଆୟୋଜିତ ଜନସଭାରେ ଯୋଗଦେବା ସହ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ଏସଏଚଜି ଗୃପ୍ ର ମହିଳା, ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଠାରୁ ଆପତି, ଅଭିଯୋଗ ଗ୍ରହଣ କରିଛନ୍ତି । ଏବଂ ଏହି ସବୁ ଅଂଚଳରେ ରହିଥିବା ଶିକ୍ଷାନୁଷ୍ଠାନ ଗୁଡିକର ରୂପାନ୍ତରିକରଣ, ଧର୍ମାନୁଷ୍ଠାନ ଗୁଡିକର ଉନ୍ନତିକରଣ କାର୍ଯ୍ୟ ୬ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ପ୍ରତିଶୃତି ଦେବା ସହ ସ୍ଥାନୀୟ ଜନସମସ୍ୟା ଗୁଡିକ ୨୪ ଘଂଟାରୁ ୭ ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।