ଭୁବନେଶ୍ଵର : ୩ ତାରିଖ ବେଳକୁ ଉତର ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପରବର୍ତୀ ୪୮ ଘଂଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ୩ ଏବଂ ୪ ରେ ବିସ୍ତୃତି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ମୌସୁମୀ ଋତୁରେ ୧ ଜୁନ୍ ରୁ ୧ ସେପ୍ଟେମ୍ବର ସୁଦ୍ଧା ୧୨ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଏଣୁ ଏହି ବର୍ଷା ନିଅଂଟିଆକୁ ଭରଣା କରିବା ସହ ପଛେଇ ଯାଇଥିବା ଚାଷକାର୍ଯ୍ୟକୁ ଆଗକୁ ବଢାଇବାରେ ଚାଷୀଙ୍କୁ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି ।