Bhubaneswar, 8 ଅଗଷ୍ଟ :ଦୁଲହେ ରାଜା ସତ୍ୟଜିତ ସାମଲ ର ମୁଖା ଏବେ ଖୋଲିବାରେ ଲାଗିଛି । ସେ ମୁଖ୍ୟତ ଡିଭର୍ଷି ମହିଳାଙ୍କୁ ଟାର୍ଗେଟ କରୁଥିଲା ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।
ସେ କହିଛନ୍ତି ପୁଣି ଥରେ ତାକୁ 10ଦିନିଆ ରିମାଣ୍ଡ ଆଣିବା ପାଇଁ ଆବେଦନ କରିବ କ୍ୟାପିଟାଲ ଥାନା ପୋଲିସ । ଅଧିକ ତଦନ୍ତ ପାଇଁ ଗୋଟେ ଟିମ ଗଠନ କରାଯାଇଛି ।ରାଜ୍ୟ ବାହାରକୁ ଟିମ ଯିବ।
କୋଲକାତା ଓ ରାୟପୁର କୁ ଏହି ଟିମ ଯାଇ ତଦନ୍ତ କରିବ ।
କେଉ ପଯ୍ୟନ୍ତ ଠକେଇ ର ଚେର ଲମ୍ବିଛି ତାର ଖୋଳ ତାଡ କରିବ ପୋଲିସ ।ରାଜ୍ୟ ଭିତରେ ମଧ୍ୟ ଗୋଟିଏ ଟିମ ଗଠନ କରାଯାଇଛି ।
ରାଜ୍ୟ ଭିତରେ ଠକେଇର ଶିକାର ମହିଳାଙ୍କୁ ପୋଲିସ ପଚରା ଉଚରା କରିବ
ଗୋଟେ ଏସବିଆଇ ବ୍ୟାଙ୍କର ଆକାଉଣ୍ଟ ଠାବ ହୋଇଛି ।ଆରେଷ୍ଟ ହେବା ପରେ ଜଣେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ସେ ମହିଳାଙ୍କୁ ତଦନ୍ତ ପରିସର ଭୁକ୍ତ କରିବ ପୋଲିସ ବୋଲି ସେ କହିଛନ୍ତି।