ସମ୍ବଲପୁର : ସମ୍ବଲପୁର ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଆଜି ସମ୍ବଲପୁର ଏସପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରାଯାଇ ଆଳୋଚନା କରାଯାଇଛି। ବିଶେଷ କରି ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ର ବରିଷ୍ଠ ସଭ୍ୟ ସମିରରଞ୍ଜନ ବାବୁ ଯେଉଁ ହନୁମାନ ଜୟନ୍ତୀ ସୋଭାଯାତ୍ରା ଘଟଣା ନେଇ ଉପୁଜିଥିବା ହିଂସାକାଣ୍ଡରେ ତାଙ୍କ ନାଁରେ ବିଭିନ୍ନ ମାମଲା ରୁଜୁ କରାଯାଇ ବହୁମାସ ହେବ ଯେଉଁ ସେ ଜେଲରେ ଥିବାରୁ ଏ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏହାସହ ପୋଲିସ ଯେଉଁ ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ନାଁରେ ରୁଜୁ କରିଛି । ଏଣୁ ଏହି ପ୍ରସଙ୍ଗରେ ଆଜି ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରାଯାଇଛି ।