ମାଲକାନଗିରି : ମା ଘର ମାଲକାନଗିରି ଜିଲ୍ଲାର ଶାନ୍ତି ସେନା ସଭାନେତ୍ରୀ ପଦରୁ ୨୦୨୨ ମସିହାରୁ ବହିଷ୍କୃତ ପ୍ରଶାନ୍ତୀ ବିଶୋଇ, ତାଙ୍କ ସହଯୋଗୀ କିଛି ସଦସ୍ୟଙ୍କ ବିରୁଦ୍ଧରେ ମାଲକାନଗିରି ପ୍ରଶାସନକୁ ଲିଖିତ ଅଭିଯୋଗ କରା ଯାଇ ଥିଲା ଓ ପରେ ପରେ ଏକ ପ୍ରେସ ସମ୍ମିଳନୀ ମାଧ୍ୟମରେ ବହିଷ୍କାରର କାରଣ ଓ ତଥ୍ୟ ପ୍ରଦାନ କରାଯାଇ ଥିଲା। ପ୍ରଶାନ୍ତୀ ବିଷୋଇ ଓ ତାଙ୍କ କମିଟି ମା”ଘର ଫାଉଣ୍ଡେସନ ସହ କରିଥିବା ଚୁକ୍ତି ପତ୍ର କୁ ଉଲଂଘନ କରି ତା’ର ନୀତି ଆଦର୍ଶ ବିରୁଦ୍ଧରେ କାମ କରୁ ଥିବାରୁ ମା “ଘର ସଂଗଠନ ତାଙ୍କର ଓ ତାଙ୍କ କମିଟିର ସମସ୍ତଙ୍କ ପ୍ରାଥମିକ ସଭ୍ୟ ପଦ ରଦ କରିଥିଲେ।
ମୂଳ ସଂଗଠନରୁ ବହିଷ୍କୃତ ହେଲା ପରେ ପ୍ରଶାନ୍ତୀ ଓ ତାଙ୍କ ସହଯୋଗୀ ମାନେ ମା” ଘର ସୁରକ୍ଷା ସେନା ନାମରେ ଏକ ବେଆଇନ ଓ ନକଲି ସଂଗଠନ କରି ଆମ ନାମକୁ ଅପ ବ୍ୟବହାର କରି ଲୋକଙ୍କୁ ଠକୁ ଥିଲେ । ଏତାଦୃଶ କାର୍ଯ୍ୟ ପାଇଁ ଜିଲ୍ଲା ପୋଲିସ୍ ପ୍ରଶାନ୍ତୀ ବିଷୋଇଙ୍କୁ ଗିରଫ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ମାତ୍ର କେତେକ ସ୍ଥାନୀୟ ଖବରଦାତା ସବୁ ଖବର ଜାଣି ମଧ୍ୟ “ମା “ଘ ର ସଭାନେତ୍ରୀ ଗିରଫ” ଶୀର୍ଷକ ଖବର ପରିବେଷଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ମା” ଘର ରାଜ୍ୟ ଅଧକ୍ଷା ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମା’ ଘର ଏକ ବ୍ୟାପକ ଅନୁଷ୍ଠାନ ସାରା ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି କାମ କରୁଥିବା ଏହାର ଉତ୍ସର୍ଗୀକୃତ ସଦସ୍ୟାମାନେ ବିନା ପାରିଶ୍ରମିକରେ ପିଡୀତା ଓ ଶିଶୁ କଲ୍ୟାଣ ନିମନ୍ତେ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି । ଏହି ସଂଗଠନ ଜରିଆରେ ମା” ଘର ଶାନ୍ତି ସେନା ଗଠନ କରି ସମାଜକୁ ନିଶା ମୁକ୍ତ ଓ ହିଂସା ମୁକ୍ତ କରିବାକୁ ପରିବାର ସ୍ତରରୁ ପ୍ରୟାସ ଜାରି ରଖିଛି। । ପ୍ରାଥମିକ ସ୍ତରରେ ମା”ଘର ଜିଲ୍ଲା ସ୍ତରୀୟ କମିଟି ଗଠନ କରି ସେହି କମିଟି ସଦସ୍ୟାମାନଙ୍କୁ ପାରା ଲିଗାଲ ଟ୍ରେନିଂ ଦେଇ ପିଡୀତା ମହିଳା, ଶିଶୁ ଓ ତାଙ୍କ ପରିବାରକୁ ନିଜ ଅଧିକାର ସଂପର୍କରେ ଅବଗତ କରାଇବା, ପରିବାର ପୁନଃ ମିଳନ ପାଇଁ କାଉନସେଲିଂ କରିବା ଓ ଦରକାର ପଡିଲେ ସେମାନଙ୍କୁ ଥାନା, ମହିଳା କମିଶନ, ମାନବ ଅଧିକାର କମିଶନ, ଇତ୍ୟାଦି ସଂଗଠନ ପାଖରେ ପହଞ୍ଚାଇବା କାମ ମା” ଘାର କରି ଥାଏ। ବିଗତ ବର୍ଷମାନଙ୍କରେ ହଜାର ହଜାର ପୀଡ଼ିତାଙ୍କୁ ନ୍ୟାୟ ଦେବା ଥଇଥାନ କରିବା ମଧ୍ୟ ଖବର ର ଶୀର୍ଷକ ହୋଇଛି । ସାର ରାଜ୍ୟରେ ନିଷ୍ଠାପର ଭାବେ ଅବିରତ କାର୍ଯ୍ୟ କରୁଥିବା ମା “ଘର ସାରା ଓଡ଼ିଶାରେ ପୀଡ଼ିତଙ୍କ ଆସ୍ଥାଭାଜନ ହୋଇ ପାରିଛି । ମାତ୍ର କେତେକ ମୁଷ୍ଟି ମେୟ ଲୋକ ମା” ଘର କୁ ବଦନାମ କରିବା ପାଇଁ ପ୍ରୟାସ କରି ତାର ନାମକୁ ନକଲ କରି ଲୋକଙ୍କୁ ଠକି ବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ମା “ଘର ନାମକୁ ଅପ ବ୍ୟବହାର କରି ବା ନକଲ କରି ନିଜ ସ୍ୱାର୍ଥ ହାସଲ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ପ୍ରଶାସନ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି ଅନୁରୋଧ କରିଛନ୍ତି।