ତାଳଚେର:ତା୧୧/୪:ପ୍ରାକ୍ତନ ସାଂସଦ ତଥା ବିଜେପିର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଜି ଗୁରୁବାର ଅପରାହ୍ଣ ରେ ତାଳଚେର ଗସ୍ତ କରିଛନ୍ତି।ଗୋଡିବନ୍ଧ ଛକରେ ବିଜେପିର ତାଳଚେର ବିଧାନସଭା ପ୍ରାର୍ଥୀ କାଳନ୍ଦି ସାମଲ ଉପସ୍ଥିତ ରହି ଶ୍ରୀ ପାଣି ଙ୍କୁ ସ୍ୱାଗତ କରିଥିଲେ।ବ୍ରହ୍ମଲୀନ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀ ଙ୍କର ପୌତୃକ ଗ୍ରାମ ଗୁରୁଜାଙ୍ଗ ରେ ପହଂଚି ସେଠାରେ ସ୍ୱାମୀଜୀ ଙ୍କର ବିଗ୍ରହ ରେ ଉଭୟ ନେତା ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି ପ୍ରଚାର ଆରମ୍ଭ କରିଥିଲେ।ଗୁରୁଜାଙ୍ଗ ଗ୍ରାମରେ ହନୁମାନ ମନ୍ଦିର, ମା ତାରିଣୀ ମନ୍ଦିର ରେ ଉଭୟ ନେତା ଦର୍ଶନ କରିଥିଲେ।ଗୁରୁଜାଙ୍ଗ, ଗୋଡବନ୍ଧ ଚକ,କଣ୍ଢାଳ ଛକ, ବାଲୁଙ୍ଗା ଗ୍ରାମରେ ଦେଉଳବେଡା ଠାରେ ଉଭୟ ଙ୍କୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ।ଦେଉଳବେଡା ବିଏମ ଏସ କାର୍ଯ୍ୟାଳୟରେ ଶ୍ରମିକ ନେତା ମାନେ ଉପସ୍ଥିତ ରହି ଉଭୟ ନେତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।