ନୂଆଦିଲ୍ଲୀ, 23 ଜୁଲାଇ – କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦି 3.0ର କେନ୍ଦ୍ରୀୟ ବଜେଟ 2024-25 ଲୋକସଭାରେ ଉପସ୍ଥାପନ କରିଛନ୍ତି । ସୀତାରମଣ ନିଜ ବଜେଟ ଭାଷଣରେ କୃଷି ଓ ଏହା ସଂପର୍କିତ କ୍ଷେତ୍ର ପାଇଁ 1.52 ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି ଯେ, ଭାରତର ଆର୍ଥିକ ବୃଦ୍ଧି ଚମତ୍କାର ରହିଛି । ଏବଂ ଏହା ଆଗାମୀ ବର୍ଷରେ ବି ଏଭଳି ରହିବ । ସେ କହିଛନ୍ତି ଯେ, ଭାରତର ମୁଦ୍ରାସ୍ଫୀତି କମ ଓ ସ୍ଥିର ରହିଛି, ଯାହା 4 ପ୍ରତିଶତ ଲକ୍ଷ୍ୟ ଆଡକୁ ବୃଦ୍ଧି ହେଉଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମୋତେ 2ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ପରିବ୍ୟୟ ସହିତ 5ବର୍ଷରେ 4.1 କୋଟି ଯୁବକଙ୍କ ପାଇଁ ରୋଜଗାର, କୌଶଳ ଓ ଅନ୍ୟ ସୁଯୋଗର ସୁବିଧା ପାଇଁ 5 ଯୋଜନା ଓ ପଦକ୍ଷେପର ପ୍ରଧାନମନ୍ତ୍ରୀ ପ୍ୟାକେଜର ଘୋଷଣା କରି ଖୁସି ହେଉଛି । ଏବର୍ଷ ଆମେ ଶିକ୍ଷା, ରୋଜଗାର ଓ କୌଶଳ ପାଇଁ 1.48 ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରିଛୁ । ସୀତାରମଣ କହିଛନ୍ତି ଯେ, ଯେପରି କି ଅନ୍ତରିଣ ବଜେଟରେ ଉଲ୍ଲେଖ କରାଯାଇଛି, ଆମେ ଚାରି ଭିନ୍ନ ଭିନ୍ନ ଜାତି, ଗରିବ ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି । ଚାଷୀଙ୍କ ପାଇଁ ଆମେ ସମସ୍ତ ପ୍ରମୁଖ ଫସଲ ପାଇଁ ଉଚ୍ଚ ସର୍ବନିମ୍ନ ସହାୟକ ମୂଲ୍ୟର ଘୋଷଣା କରିଛୁ, ଯାହା ମୂଲ୍ୟରେ ଅତି କମରେ 50 ପ୍ରତିଶତ ମାର୍ଜିନର ପ୍ରତିଶୃତି ପୂରଣ କରୁଛି । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 80କୋଟିରୁ ଅଧିକ ଲୋକଙ୍କୁ ଲାଭ ହୋଇଛି । ନିର୍ମଳା ସୀତାରମଣ କହିଛନ୍ତି ଯେ, ବଜେଟରେ ସରକାରଙ୍କ 9ଟି ପ୍ରାଥମିକତା ରହିଛି, ଯେଉଁଥିରେ ଚାଷରେ ଉତ୍ପାଦକତା, ରୋଜଗାର ଓ କ୍ଷମତା ବିକାଶ, ସମଗ୍ର ମାନବ ସମ୍ବଳ ବିକାଶ ଓ ସାମାଜିକ ନ୍ୟାୟ, ବିନର୍ମାଣ ଓ ସେବା, ସହରୀ ବିକାଶ, ଶକ୍ତି ସୁରକ୍ଷା, ଅଧୋସରଂଚନା, ନବାଚାର, ଶୋଧ ଓ ବିକାଶ ଏବଂ ପରବର୍ତ୍ତୀ ପିଢିର ସୁଧାର ସାମିଲ ରହିଛି ।