ଜୟପୁର : ରୋଟାରୀ କ୍ଲବ ଅଫ ଜୟପୁର ପ୍ଲାଇଡ ଆନୁକୁଲ୍ୟରେ ସାଧାରଣ ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଜୟପୁର ବ୍ଲକ ଅନ୍ତର୍ଗତ ବାଲିଆ ଠାରେ ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ରକ୍ତଚାପ, ମଧୁମେହ ପରୀକ୍ଷା କରାଯାଇଥିଲା । ଡାକ୍ତର ନମ୍ରତା ଚକ୍ଷୁ ଚିକିତ୍ସାଳୟ ଜୟପୁର ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିରରେ ୧୨୦ ଜଣ ରୋଗିଙ୍କୁ ପରୀକ୍ଷା କରାଯାଇଥିଲା । ହେମୋଗ୍ଲୋବିନ ପରୀକ୍ଷା କରାଯାଇ ଟନିକ ପ୍ରଦାନ କରାଯାଇଛି । ଡାକ୍ତର ଏସ. କେ. ମହମ୍ମଦ ହୁସେନ ରୋଗି ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ ।
ରୋଟାରି କ୍ଲବ ଅଫ ଜୟପୁର ପ୍ରାଇଡର ସଭାପତି ଅଶୋକ ମିଶ୍ର, ସମ୍ପାଦକ ସୁରେଶ ପାଣିଗ୍ରାହୀ, ଜି. ଭି ରାଓ, ନରେଶ ମହାକୁଡ, ରବି ନାରାୟଣ ନନ୍ଦ, ରତ୍ନା କର ଚୈଧୁରୀ, ପୁଣ୍ଣ ଚନ୍ଦ୍ର ପଟ୍ଟନାୟକ, କେ. ବ୍ରହ୍ମା, କ୍ଷିତିମ ଚନ୍ଦ୍ର ଦାସ, ସଞ୍ଜିବ କୁମାର ମିଶ୍ର, ପ୍ରଦୀପ କୁମାର ସାହୁ, ମୁରଲି ଧର ସାବତ, ସ୍ଵାତୀ ହୋତା, ସରପଞ୍ଚ ସରସ୍ଵରୀ ମାଝୀ, ସମିତି ସଭ୍ୟ ମକରଧ୍ଵଜ ହରିଜନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ରୋଗି ମାନଙ୍କୁ ଔଷଧ, ଇଞ୍ଜକସନ ଦିଆଯାଇଥିଲା । ଆଗାମି ଦିନରେ ମଧ୍ୟ ପ୍ରତ୍ୟୋକ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ରୋଟାରି କ୍ଲବ ଅଫ ଜୟପୁର ପ୍ରାଇଡର ସଭାପତି ଅଶୋକ ମିଶ୍ର, ସମ୍ପାଦକ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।