
ଜୟପୁର : ଗଞ୍ଜେଇ ଚାଲାଣ ବେଳେ ଚଢାଉ କରିଛି ଜୟପୁର ସଦର ପୋଲିସ । ଚଢାଉ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ତେନ୍ତୁଳିଖୁଣ୍ଟିର ଖଗପତି ହରିଜନ (୩୦) ଧନୁଯୟ ହରିଜନ (୨୫) । ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ପୋଲିସ ଜାତୀୟ ରାଜପଥ ୨୬ରେ ପେଟ୍ରୋଲି କରୁଥିବା ବେଳେ ଏକ ସ୍କୁଟି ଗାଡି କୁ ଅଟକାଇ ଯାଂଚ କରିଥିଲା । କୁମୁଲିପୁଟ ବ୍ରିଜ ନିକଟରେ ସ୍କୁଟି ଗାଡିକୁ ଯାଂଚ କରି ୪୦ କେଜି ି ଗଞ୍ଜେଇ ଜବତ କରିଛି । ଲମତାପୁଟ ଉପାନ୍ତ ଅଂଚଳରୁ ଗଞ୍ଜେଇ ଆଣି ରାୟପୁର ଚାଲାଣ କରୁଥିଲେ । ପୋଲିସ ଚଢାଉ କରି ସ୍କୁଟି, ୨ଟି ମୋବାଇଲ , ଗଞ୍ଜେଇ ଜବତ କରିଛି । ୨ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।