ଗ୍ୟାଙ୍ଗଟକ : ଉତ୍ତର ସିକ୍କିମର ଲୋଚନ ଓ ଲାଚୁଙ୍ଗରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଭାରତୀୟ ସେନାର ହେଲିକପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇ ଗ୍ୟାଙ୍ଗଟକ ଅଣାଯାଇଛି । ବୁଧବାର ପାଖ ଖରାପ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ମାତ୍ର ଗୁରୁବାର ପାଗରେ ସୁଧାର ଆସିବା ପରେ ପୁଣି ଥରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ଗତ ଅକ୍ଟୋବର 4 ତାରିଖରେ ତୀସ୍ତାନଦୀରେ ଭୟାବହ ବନ୍ୟା ଯୋଗୁ ଉତ୍ତର ସିକ୍କିମକୁ ସଂଯୋଗ କରୁଥିବା ରାସ୍ତା ଓ ପୋଲ ଧୋଇଯାଇଥିଲା । ଫଳରେ ଉତ୍ତର ସିକ୍କିମକୁ ଯାଇଥିବା ଲୋକେ ଫସିରହିଛନ୍ତି । ବିଶେଷ କରି ପର୍ଯ୍ୟଟକମାନେ ଫସିରହିଥିବା ସୂଚନା ମିଳିଛି । ସେନାର ହେଲିକପ୍ଟର ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଉଛି । ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ନିମନ୍ତେ ସେନାର ଏମଆଇ-17 ଓ ଚିନୁକ ହେଲିକପ୍ଟର ବ୍ୟବହାର କରାଯାଉଛି ।
ଗୁରୁବାର ସକାଳେ ଲାଚୁଙ୍ଗରୁ 18ଜଣଙ୍କୁ ରେସକ୍ୟୁ କରାଯାଇଛି । ଲୋଚନରୁ 16ଜଣଙ୍କୁ ରେସକ୍ୟୁ କରାଯାଇଥିବା ସୂଚନା ମିଳିଛି ।