ଜୟପୁର : ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପାଇଁ ଯୋଜନା କରିଛନ୍ତି, ଯାହା ଜିଲା ସ୍ତରୀୟ ହେବ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । କିନ୍ତୁ, କେତେକ କୁଚକ୍ରାନ୍ତକାରୀ ଗୋଷ୍ଠି ନେତା ଏହି ନିଯୁକ୍ତିକୁ ରାଜ୍ୟ ସ୍ତରିୟ କରିବା ପାଇଁ ଉଦ୍ୟମ କରୁଥିବାରୁ ଏହାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ବିରୋଧ କରିଛନ୍ତି । ଶିକ୍ଷକ ନିଯୁକ୍ତି ସହ ତୃତିୟ ଓ ଚତୁର୍ଥ ଶ୍ରେଣି ନିଯୁକ୍ତିକୁ ଜିଲା ସ୍ତରିୟ କରିବା ସହ ଓଏସଏସଟିଇଟି ରେ ଯେପରି ପରୀକ୍ଷାର୍ଥିଙ୍କୁ କୋହଳ କରାଗଲା ସେପରି ଓଟିଇଟିରେ ମଧ୍ୟ କରାଯାଉ । ନଚେତ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି । କୋରାପୁଟରେ ଥିବା ବିଇଡି କଲେଜକୁ ଦୀର୍ଘ ୩ ବର୍ଷ ହେବ ବନ୍ଦ କରିଛନ୍ତି । ଜୟପୁର ବିକ୍ରମଦେବ ବିଶ୍ଵ ବିଦ୍ୟାଳୟରେ ଥିବା ବିଇଡିକୁ ମଧ୍ୟ ବନ୍ଦ କରିଛନ୍ତି । ଫଳରେ ଏଠାକାର ପିଲା ମାନେ ବାହାର ରାଜ୍ୟର ବିଶ୍ଵ ବିଦ୍ୟାଳୟରେ ବିଇଡି କରୁଛନ୍ତି । ସେଠାକାର ଲୋକ ମାନେ ଠକି ଲକ୍ଷ ଲକ୍ଷ ଟଙ୍କା ନେଇ ଜାଲ ସାଟିଫିକେଟ ଦେଉଛନ୍ତି । ଏଠାକାର ପିଲା ଜାଣିପାରୁ ନଥିବା ବେଳେ ଏଠାରେ ନିଯୁକ୍ତି ପାଉଛନ୍ତି । ଏବେ ବର୍ତମାନ ରାଜ୍ୟ ସରକାର ସାର୍ଟିଫିକେଟ ଯାଞ୍ଚ କରି ନକଲି କହି ଗିରଫ କରୁଛନ୍ତି । ଫଳରେ ସରକାରଙ୍କ ଅବହେଳା ଯୋଗୁଁ ଶିକ୍ଷିତ ଯୁବକ ଯୁବତୀଙ୍କ ଭବିଷ୍ୟତ ନଷ୍ଟ ହେଉଛି। ସେଥିପାଇଁ ଦାୟୀ କିଏ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ସରକାର ବିଇଡି କଲେଜ ଖୋଲିବେ ନାହିଁ, ଥିବା କଲେଜକୁ ବନ୍ଦ କରିବେ ତେବେ ଏଠାକାର ଶିକ୍ଷତ ଯୁବକ ଯୁବତୀ କଣ କରିବେ । ଏନେଇ ଆଜି ଜୟପୁର ସହ କୋରାପୁଟ ଜିଲାର ଶିକ୍ଷିତ ଯୁବକ ଓ ଯୁବତୀ ମାନେ ଏକତ୍ରିତ ହୋଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ତାଲିମପ୍ରାପ୍ତ ଶିକ୍ଷକ, ନର୍ସିଂ, ଅମିନ ଆଦି ପଦବୀ ନିମନ୍ତେ ଜିଲା ଭିତ୍ତିକ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। ବିଗତ ଦିନରେ ସମସ୍ତ ତୃତିୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରି ମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ନିଯୁକ୍ତି ପାଇଁ ପରୀକ୍ଷା କରାଯାଇଛି । ତେଣୁ ଏହାକୁ ଜିଲା ସ୍ତରୀୟ ନିଯୁକ୍ତି ଦିଆଯାଉ । କୋରାପୁଟ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାକାର ଶିକ୍ଷିକ ଯୁବକ ଯୁବତୀଙ୍କୁ ଜିଲାଭିତ୍ତିକ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି । ଏନେଇ ବିଧାୟକ ବାହିନିପତି କହିଛନ୍ତି ଯେ, ଜିଲା ଭିତ୍ତିକ ନିଯୁକ୍ତି ପାଇଁ ବିଧାନସଭାରେ ବାରମ୍ବାର ଦାବି କରାଯାଇଛି । ବର୍ତମାନ ମଧ୍ୟ ବିଧାନସଭାରେ ପୁନଃଦାବି ହେବ । ବାହାର ଜିଲାର ପିଲା ଏଠାରେ ନିଯୁକ୍ତି ପାଇଲେ ଏଠାକାର ପିଲା କରିବେ କଣ । ଅବିଭକ୍ତ କୋରାପୁଟ ଜିଲାର ପିଲା ଏଠାରେ ହିଁ ଚାକିରି ପାଇବ । ଏଠାରେ ପିଲା କଣ ଅଯୋଗ୍ୟ ନା କଣ, ଯଦି ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଅବିଭକ୍ତ କୋରାପୁଟ ଜିଲା ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହେବ । କୌଣସି ଅଫିସରକୁ ଏଠାରେ ପଶାଇ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଚେତାବନି ଦେଇଛନ୍ତି ବିଧାୟକ ତାରା । ଓଏସଏସଟିଇଟି ରେ ଉପକୂଳ ପରୀକ୍ଷାର୍ଥିଙ୍କୁ କୋହଳ କରାଗଲା ସେପରି ଓଟିଇଟିରେ ମଧ୍ୟ କରାଯାଉ । ଅବିଭକ୍ତ କୋରାପୁଟ ଜିଲା ପାଇଁ କୋହଳ କରିବାକୁ ଦାବି କରାଯାଇଛି ।