ଭୁବନେଶ୍ୱର : ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏଇ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି । ସେ ଆର ବର୍ଷକୁ ଅପେକ୍ଷା ନ କରି ଚଳିତ ମାସ ଖୋଲିବାକୁ ଦାବି କରିଛନ୍ତି।
ସେ କହିଛନ୍ତି, ମାମଲା ପରେ ଆର ବର୍ଷ ଖୋଲିବାକୁ ପରିଚାଳନା କମିଟି କହିଛି । ଏହା ଦ୍ୱାରା ଲୋକଙ୍କ ଭିତରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି ।
ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଲୁଟ୍ ହୋଇଛି ବୋଲି ପ୍ରମାଣିତ ହେଉଛି । ସରକାର ଆରବର୍ଷ ରଥଯାତ୍ରାକୁ ଅପେକ୍ଷା ନ କରି ଚଳିତ ମାସ ଖୋଲନ୍ତୁ ବୋଲି ସେ କହିଛନ୍ତି ।