ଜମ୍ମୁ : କାଶ୍ମୀରରେ ପଶିବାକୁ ଉଦ୍ୟମ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ଏଥିରେ କେତେକ ଆତଙ୍କବାଦୀ ପ୍ରାଣ ହରାଇଥିବା ଏବଂ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ, ଏହା ସର୍ଜିକାଲ୍ ଷ୍ଟ୍ରାଇକ୍ ନୁହେଁ , ହେଲେ ଏହା ପାକିସ୍ତାନ ଉପରେ ଏକ ବଡ ଅପରେସନ ।
ଜମ୍ମୁର ପ୍ରତିରକ୍ଷା ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ, ରାଜୌରୀ-ପୁଂଛରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିବା ଖବର ସତ୍ୟ ନୁହେଁ । ସେ କହିଥିଲେ ଯେ, ପୁଂଛ ଜିଲ୍ଲାର ମେଂଢର ତହସିଲରେ ନିୟନ୍ତ୍ରଣ ରେଖା ନିକଟ ବାଲାକୋଟ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି । ଏହି ଅପରେସନ୍ ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେ କହିଥିଲେ ଯେ, ଏହା ସର୍ଜିକାଲ୍ ଷ୍ଟ୍ରାଇକ୍ ନହୋଇପାରେ, ହେଲେ ପାକିସ୍ତାନ ଉପରେ ଏକ ବଡ ଅପରେସନ ନିଶ୍ଚିତ ।