ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପକ୍ଷରୁ ଦାୟର୍ ହୋଇଥିବା ମାନହାନି ମାମଲାରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ଆଡିସିନାଲ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ହରଜିତ ସିଂହ ଜସପାଲ ମାମଲାର ପରବର୍ତୀ ଶୁଣାଣି ୨୮ ଅଗଷ୍ଟକୁ ଧାର୍ଯ୍ୟ କରିଛନ୍ତି ।
୧୯ ଅଗଷ୍ଟରେ ରାଉଜ ଏଭେନ୍ୟୁ କୋର୍ଟର ସେସନ୍ସ ଜଜ୍ ଗେହଲୋତଙ୍କୁ ମିଳିଥିବା ଅନ୍ତରିଣ ଆଶ୍ଵସ୍ତି ତଥା କୋର୍ଟରେ ଭିଡ଼ିଓ କନଫରେନ୍ସିଂରେ ହାଜର ହେବା ନେଇ ସମୟକୁ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।