ଭୁବନେଶ୍ଵର : ଗତ ୨୪ ଘଣ୍ଟାରେ ନୂଆପଡା ଜିଲ୍ଲାର ସିନାପାଲିରେ ସର୍ବାଧିକ ୧୨୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୧୨୧.୦ ମି.ମି., କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ୧୦୮.୦ ମି.ମି., କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ୧୦୭.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ୧୦୦.୬ ମି.ମି., ସୋନପୁର ଜିଲ୍ଲାର ବୀରମହାରାଜପୁରରେ ୯୫.୪ ମି.ମି., ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୮୮.୮ ମି.ମି., କଟକ ଜିଲ୍ଲାର ବାଙ୍କୀରେ ୮୮.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ମନ୍ଦିରାଡ୍ୟାମ୍ ରେ ୮୭.୨ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୮୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ରାୟଗଡ଼ା ଜିଲ୍ଲାର କାଶୀପୁରରେ ୭୭.୦ ମି.ମି., କଳାହାଣ୍ଡି ଜିଲ୍ଲାର କଲମପୁରରେ ୭୪.୦ ମି.ମି., କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରରେ ୭୩.୦ ମି.ମି., କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୭୨.୦ ମି.ମି., ନୂଆପଡ଼ା ଜିଲ୍ଲାର କୋମନାରେ ୭୦.୦ ମି.ମି. ଏବଂ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡାରେ ୬୯.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।