ଭୁବନେଶ୍ୱର : ବେଆଇନ କରତ କଳ ଉପରେ ଚଢାଉ । ଓଡ଼ିଶା ଭିଜିଲାନ୍ସର ବନବିଭାଗ ଶାଖା ପକ୍ଷରୁ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଚାଲୁଥିବା ଏକ କରତ କଳ ଉପରେ ଚଢାଉ କରାଯାଇଛି । ଏହି କରତ କଳଟି ବେଆଇନ ଭାବେ ଏଠାରେ ଚାଲୁଥିବା ଅଭିଯୋଗ ହୋଇଥିବା ବେଳେ ଏଠାରୁ ପ୍ରାୟ 13ଲକ୍ଷରୁ ଅଧିକ ଟଙ୍କା ଯନ୍ତ୍ରାଂଶ ଜବତ କରାଯାଇଛି ।
ନେମାଳ ଥାନା ଅନ୍ତର୍ଗତ ସିସୁଆ ବ୍ୟାରେଜ ଛକ ନିକଟରେ ଚଢାଉ କରାଯାଇ ଦେଢଲକ୍ଷରୁ ଅଧିକ ଟଙ୍କାର ମୂଲ୍ୟବାନ କାଠର ବେଆଇନ ହୋର୍ଡିଂ ଜବତ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।