ଭୁବନେଶ୍ୱର : ଜୁଆ ଆଡ୍ଡା ଉପରେ ଚଢାଉ କରି 7ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ହିଞ୍ଜିଳି ଥାନା ଅନ୍ତର୍ଗତ ପୁନରଖଣ୍ଡି ଗାଁରେ ଜୁଆ ଖେଳ ଚାଲିଥିବା ଖବର ପାଇ ହିଞ୍ଜିଳି ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ 7ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ 10ହଜାରରୁ ଅଧିକ ଟଙ୍କା, 7ଟି ମୋବାଇଲ୍ ଫୋନ ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ।