
ଜୟପୁର : ଜୁଆ ଖେଳ ଚାଲୁଥିବା ବେଳେ ଜୟପୁର ଟାଉନ ପୋଲିସ ଚଢାଉ କରି ୧୦ ଜୁଆଡ୍ଡିକୁ ଗିରଫ କରିଛି । ପୋଲିସ ସୁଚନା ଅନୁଯାଇ ଜୟପୁର ସହର ଭଦ୍ରାୟା ସାହି , ମିଲ ସାହି ନିକଟରେ ଜୁଆ ଖେଳ ଚାଲୁଥିବା ସୁଚନା ପାଇ ଜୟପୁର ଟାଉନ ପୋଲିସ ଚଢାଉ କରିଥିଲା । ଚଢାଉ କରି ୧୦ ଜୁଆଡ୍ଡିକୁ ଗିରଫ କରି ସେ ମାନଙ୍କ ଠାରୁ ୨ଟି ତାସ ପେକଟ, ୮ଟି ମୋବାଇଲ, ୨୫ ହଜାର ୨ ଶହ ଟଙ୍କା ନଗଦ ଜବତ କରି ଥିବା ଟାଉନ ଥାନା ଅଧିକାରି ସତ୍ୟାନନ୍ଦ ପାତ୍ର ସୁଚନା ଦେଇଛନ୍ତି ।