ଭୁବନେଶ୍ୱର : ବାଲେଶ୍ଵର ଜିଲାର ପୁରୁଣା ବାଲେଶ୍ଵରରେ ଅବକାରୀ ବିଭାଗର ପକ୍ଷରୁ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି । ଦୁର୍ଗା ପୂଜାକୁ ନେଇ ଅବକାରୀ ବିଭାଗ, ଫରେଷ୍ଟ ବିଭାଗ ଓ ସଦର ପୋଲିସ ପକ୍ଷରୁ ଚଢ଼ାଉ କରିଛି। ରେଡ୍ ସମୟରେ ପାଖାପାଖି ୩୫ ହଜାର ଲିଟର ପୋଚ ଜବତ କରିଛି ଅବକାରୀ ବିଭାଗ। ଏହାସହ 7ଶହ ଡ୍ରମ, ୫୦୦ ଲିଟର ଦେଶୀ ମଦ, ୧୦ କୁଇଣ୍ଟାଲ କାଠ ଜବତ ହୋଇଛି।