ନୂଆଦିଲ୍ଲୀ, ୦୭ ସେପଟେମ୍ବର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ସପ୍ତାହ ବ୍ୟାପୀ ୟୁରୋପ ଗସ୍ତରେ ଅଛନ୍ତି । ସେ ଗୁରୁବାର ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ପହଂଚିଛନ୍ତି ।
ପାର୍ଟି ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ବ୍ରୁସେଲ୍ସରେ ୟୁରୋପିୟ ସାଂସଦଙ୍କ ସହ ଆଲୋଚନା କରିବେ । ଏହି ସମୟରେ ସେ ନାଗରିକ ସମାଜ ସହିତ ଏକ ବୈଠକ କରିବେ ଏବଂ ସେଠାରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ଭେଟିବେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧୀଙ୍କ ଚଳିତ ବର୍ଷ ଏହା ହେଉଛି ତୃତୀୟ ବିଦେଶ ଯାତ୍ରା । ଏହାପୂର୍ବରୁ ରାହୁଲ ମାର୍ଚ୍ଚରେ ବ୍ରିଟେନ ଏବଂ ଜୁନ୍ ମାସରେ ଆମେରିକା ଗସ୍ତ କରିଥିଲେ ।