ମହିଳାଙ୍କ ସହିତ ଶ୍ରଦ୍ଧାଳୁଙ୍କୁ ଲଂଗର ମଧ୍ୟ ବାଂଟିଲେ
ଚଣ୍ଡୀଗଡ଼, ୦୩ ଅକ୍ଟୋବର – କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗତ ଦୁଇଦିନରୁ ଦରବାର ସାହିବରେ ସେବା କରୁଛନ୍ତି, କିନ୍ତୁ ସେ କେବେ ପର୍ଯ୍ୟନ୍ତ ଏଠାରେ ରହିବେ, ଏହାକୁ ନେଇ ମଧ୍ୟ କାହା ପାଖରେ କୌଣସି ସୂଚନା ନାହିଁ । ମଙ୍ଗଳବାର ଦିନ ସେ ପରିବା କାଟିଛନ୍ତି ଏବଂ ଅଇଁଠା ବାସନ ଧୋଇଛନ୍ତି ।
ଏହାପରେ ସେ ଆସିଥିବା ଶ୍ରଦ୍ଧାଳୁଙ୍କୁ ଲଙ୍ଗର ମଧ୍ୟ ବାଂଟିଛନ୍ତି । ଛବିଳ ଉପରେ ବସି ଅନେକ ସମୟ ପର୍ଯ୍ୟନ୍ତ ପାଣି ସେବା ମଧ୍ୟ କରିଛନ୍ତି । ରାହୁଲ ଗାନ୍ଧୀ ନିଜ ଗସ୍ତରେ ସୋମବାର ଦିନ ଅମୃତସର ପହଂଚିଥିଲେ । ଏଠାରେ ପ୍ରଣାମ କରି ରାହୁଲ ଗାନ୍ଧୀ ଅମୃତସରରେ ରହିଯାଇଛନ୍ତି । ସୋମବାର ଦିନ ରାତି ୧୨ଟା ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଦରବାର ସାହିବରେ ମଧ୍ୟ ଥିଲେ । ଏହାପରେ ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଅଲ୍ ସୁବହ ସେବା କରିବାକୁ ଦରବାର ସାହିବ ପହଂଚିଛନ୍ତି । ମଙ୍ଗଳବାର ଦିନ ସେ ଦିନ ସମୟରେ ମଧ୍ୟ ୨୪ ଘଂଟାରେ ତୃତୀୟ ଥର ଦରବାର ସାହିବ ପହଂଚିଥିଲେ ।