ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାରଦିନ ନାରୀ ଶକ୍ତି ଅଧିନିୟମ ଉପରେ ଚର୍ଚ୍ଚା କରିବା ପ୍ରସଙ୍ଗରେ ଜାତିଗତ ଗଣନା କରିବା ପାଇଁ ଦାବି ରଖିଛନ୍ତି । ଏହା ସହିତ ସେ ମହିଳା ସରଂକ୍ଷଣ ନିୟମ ତୁରନ୍ତ ଲାଗୁ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।
କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ଜାତିଗତ ଗଣନା କରିବା ପ୍ରସଙ୍ଗ ଉଠାଇଛନ୍ତି । ସେ ସରକାର ଚଲାଉଥିବା ୯୦ ସଚିବଙ୍କ ଚିଠା ଉପସ୍ଥାପନ କରି କହିଛନ୍ତି ଯେ ଏମାନଙ୍କ ମଧ୍ୟରେ ମାତ୍ର ୩ ଜଣ ପଛୁଆ ବର୍ଗ ମହିଳା ଅଛନ୍ତି । ଏହାର ଅର୍ଥ ବାହାର କରି ସେ କହିଛନ୍ତି ଦେଶର ସମ୍ପୁର୍ଣ ବଜେଟରୁ ମାତ୍ର ୫ ପ୍ରତିଶତ ଓବିସି ହାତରେ ଅଛି । ରାହୁଲ କହିଛନ୍ତି ଦେଶରେ ଜଣାଯିବା ଦରକାର ଯେ ଦେଶରେ ପଛୁଆ ବର୍ଗ ସମାଜରୁ ଆସିଥିବା ମହିଳାଙ୍କ ସଂଖ୍ୟା କେତେ ।
ତେଣୁ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ମହିଳା ସଂରକ୍ଷଣ ବିଲ ଆଣିବା ପଛରେ ଉଦ୍ଧେଶ୍ୟ ଉପରେ ପ୍ରଶ୍ନ କରିଛନ୍ତି ।