ପୁରୀ : ପୁରୀ ଜିଲ୍ଲା ସ୍ତରିୟ ୭୭ତମ ସ୍ଵାଧିନତା ଦିବସ ତାଳବଣିଆ ସ୍ଥିତ ଇନଡୋର ଷ୍ଟାଡିୟମ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସଂସଦୀୟ ବ୍ୟାପାର ଓ ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗଦେଇ ପତାକା ଉତୋଳନ କରିବା, ଉଦବୋଧନ ଦେବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ସେ କହିଥିଲେ ଯେ, ଦେଶ ସ୍ଵାଧିନ ପାଇଁ ପୁରୀ ଜିଲ୍ଲାର ସ୍ଵାଧିନତା ସଂଗ୍ରାମୀଙ୍କ ବଳିଦାନ ଅତୁଳନୀୟ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂହ, ଜିଲ୍ଲାସ୍ତରିୟ ଅଧିକାରୀ, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟ ପ୍ରତିନିଧି ମାନେ ଯୋଗଦେଇଥିଲେ।