ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା କରାଯିବ । ସବୁ ନିର୍ବାଚନ ମଣ୍ଡଳୀରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ସେହିଭଳି ଅକ୍ଟୋବର ୧୨ ତାରିଖରୁ ମାସେ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଜୋନ୍ ଓ ପୌରାଂଚଳ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ପରେ ପ୍ରତ୍ୟେକ ୱାର୍ଡରେ ବିଜେଡି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତା ପହଂଚାଇବେ ବିଜେଡି ନେତା କର୍ମୀ । ଏହା ସହ ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବନ୍ଧତାର କାର୍ଯ୍ୟକ୍ରମ କରାଯିବ । ଡିସେପମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ସବୁ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ । ଏହି ଅବସରରେ ଓଡ଼ିଶାର ସଂଗ୍ରାମୀ ଓ ବୀରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଓଡ଼ିଶା ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଙ୍କଳ୍ପ ନିଆଯିବ । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କ ତତ୍ୱାବଧାନରେ ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳିତ ହେବ ।