ସୁବର୍ଣ୍ଣପୁର : ସାଇବର ଠକାମୀରୁ ବର୍ତିବା ନେଇ ବିଗତ କିଛି ଦିନ ହେବ ସୁବର୍ଣ୍ଣପୁର ପୋଲିସ୍ ବ୍ୟାପକ ସଚେତନତା କାର୍ଯ୍ୟକ୍ରମକୁ ହାତକୁ ନେଇଛି। ଆଜି ଜିଲ୍ଲାର ତରଭା ସହରର ବାଳକ ହାଇସ୍କୁଲ ଓ କଲେଜ ଠାରେ ଓ ବ୍ଲକର ବିଭିନ୍ନ ଗାଁ ରେ ସାଇବର ରଥ ଦ୍ଵାରା ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କୁ ସାଧାରଣ ଜନତାଙ୍କୁ ବ୍ୟାପକ ଜନ ସଚେତନତା କରୁଥିବା ବେଳେ ଏହି କାର୍ଯ୍ୟକ୍ରମରେ ଥାନା ଭାରପ୍ରାପ୍ତ ଅଧିକାରୀ ଅନିତା କିଡୋ, ଏସଆଇ ଆରତୀ କଅଁର, ମେଣ୍ଡା ଓ କମସରା ଫାଣ୍ଡି ଅଧିକାରୀ ଉପସ୍ଥିତ ଥିଲେ।
ସେହିପରି ଗତ ଗୁରୁବାର ଏହି ପରିପ୍ରେକ୍ଷୀରେ ଉଲୁଣ୍ଡା ପଂଚାୟତ କଲେଜର ଉଲୁଣ୍ଡା ଥାନା ଅଧିକାରୀ ପଞ୍ଚାନନ ନାଏକଙ୍କ ପୋରୋହିତ୍ୟରେ ଏକ ସଚେତନତା କାର୍ଯକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ପାଣ୍ଡିଆ ସାଇବର ସଚେତନତା କାର୍ଯ୍ୟକ୍ରମକୁ ଉଚ୍ଚକୋଟୀର ପ୍ରଶଂସା କରିଥିଲେ । ପୂର୍ବ ଦିନ ବିନିକା ପୁଲିସ ତରଫରୁ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷିରେ ଜିଲ୍ଲାର କୋଣ ଅନୁକୋଣରେ ବୁଲୁଥିବା ସାଇବର ସୁରକ୍ଷା ଅଭିଯାନ ରଥକୁ ଭୂୟସି ପ୍ରଶଂସା ସହିତ ରାଜ୍ୟ ସରକାର ତଥା ପୋଲିସ ବିଭାଗକୁ ଧନ୍ୟବାଦ୍ ଦେଇଥିଲେ। ସେହିପରି ଗତକାଲି ଲଛିପୁର ଅନ୍ତର୍ଗତ ପଂଚାୟତ କଲେଜ ଲଛିପୁରରେ ଡ଼ିଏସପି ଚନ୍ଦ୍ରଶେଖର ଶବର ଯୋଗଦେଇ କଲେଜର ଛାତ୍ର ଛାତ୍ରୀଙ୍କୁ ସାଇବର ଠକଙ୍କ ଶିକାର ହେଲେ ୧୯୩୦ କୁ ତୁରନ୍ତ ଯୋଗାଯୋଗ କରି ତାହାକୁ ଉଚିତ୍ ଜବାବ ଦେବାକୁ ଉପଦେଶ ଦେଇଥିଲେ ଓ ଅପରାହ୍ନରେ ଭୀମ ଭୋଇ ଆଶ୍ରମ ସ୍କୁଲ୍ ଖଲିଆପାଲିରେ ସାଇବର ସଚେତନତା କୁଇଜ୍ କାର୍ଯକ୍ରମ ଅନୁଷ୍ଠିତ କରାଯାଇ ପ୍ରତିଭାଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଲୁଣ୍ଡା ଠାରେ ଆଇଆଇସି ପଞ୍ଚାନନ ନାଏକ, ଏସଆଇ ସରୋଜ ପାଣିଗ୍ରାହି, ଲଛିପୁର ଠାରେ ଆଇଆଇସି ସୋଭାକର ସେଠୀ ପ୍ରମୁଖ ସଂଯୋଜନା କରିଥିବା ବେଳେ ହାବିଲଦାର ମନୋଜ୍ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ଦିଦି ଆଶା ତଥା ମିଶନ ଶକ୍ତି ମା ମାନେ ଉଲୁଣ୍ଡା, ବିନିକା, ଲଛି ପୁର ଓ ତରଭାର ଥାନାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା କାଲି ସୁବର୍ଣ୍ଣପୁର ସହରରେ ଜିଲ୍ଳା ପୋଲିସ ପକ୍ଷରୁ ସ୍କୁଲ, କଲେଜ, ସ୍ବେଛାସେବୀ ସଂଗଠନ ମାନଙ୍କୁ ନେଇ ସାଇବର ସୁରକ୍ଷା ସଚେତନତା ଉପରେ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଥିବା ସୂଚନା ମିଳିଛି।