ଭୁବନେଶ୍ୱର : ୭ ଦଫା ଦାବି ନେଇ ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସରକାର ମାସିକ ୨୦୦୦ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ ମାସକୁ ୧୪୦୦ ଟଙ୍କା ଦେଉଛନ୍ତି ଏବଂ ବକେୟା ୬୦୦ ଟଙ୍କା ଅଦ୍ୟାବଧି ଦେଇନାହାଁନ୍ତି । ମାସିକ ୮,୨୫୦ ଟଙ୍କା ଦରମା ଲାଗୁ କରାଯାଉ , ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଉ , ଚିକିତ୍ସା ଭତା ସହିତ ଜୀବନ ବୀମାର ସୁବିଧା କରାଯାଉ , ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଦିଆଯାଉ ,ବାହାର କରିବା ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ସ୍କୁଲ୍ ବିଭାଗ ସିଧାସଳଖ ନିୟନ୍ତ୍ରଣରେ କରାଯାଉ. ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯାଉ , ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଉ କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ୍ ଲାଗୁ କରିବାକୁ ସଂଘ ଦାବି କରିଛି ।