ବଅଁରପାଳ । ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ଆହ୍ୱାନକ୍ରମେ ସାରା ଓଡିଶା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ ଉପଲକ୍ଷେ ବଅଁରପାଳ ବ୍ଲକ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ପଦକ୍ଷେପକୁ ତୀବ୍ର ବିରୋଧ କରିଥିଲେ । ଚକବନ୍ଦୀ ବନେ୍ଦାବସ୍ତ ଉଚ୍ଛେଦ କରିବା, ବୁଲା ଗୋରୁଙ୍କ ଦାଉରୁ ଫସଲର ସୁରକ୍ଷା କରିବା, ଯୁଦ୍ଧକାଳୀନ ଭିତ୍ତିରେ ୫୫ନଂ. ଜାତୀୟ ରାଜପଥର ମରାମତି କରିବାସହ ନୂଆହତା-ପଞ୍ଚମହଲା ବାଇପାସ୍ କାର୍ଯ୍ୟ ଶେଷ କରିବା, କାରଖାନା ପ୍ରତିଷ୍ଠା ଦ୍ୱାରା ବିସ୍ଥାପିତ, କ୍ଷତିଗ୍ରସ୍ତ ପରିବାରର ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଶିକ୍ଷା ଧ୍ୱାଂସକାରୀ ଏନ୍.ଇ.ପି.-୨୦୨୦ ବାତିଲ କରିବାସହ ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ ନିଯୁକ୍ତି କରିବା ଏବଂ ବନ୍ଦ ବିଦ୍ୟାଳୟ ଗୁଡିକୁ ପୁନଃ ·ଲୁ କରିବା, ଜେ.ଏସ୍.ପି.ଏଲ୍ ଦ୍ୱାରା ନିର୍ମିତ ଦୁର୍ଗନ୍ଧ ଓ ବିଷାକ୍ତ ଗ୍ୟାସ ବନ୍ଦ କରିବାସହ ଜନବସତି ନିକଟରେ ପ୍ରଦୂଷଣ ସୃଷ୍ଟିକାରୀ କୋଲ୍ ୱାସେରୀ, ସ୍ପଞ୍ଜ ଆଇରନ୍ କାରଖାନାକୁ ନିଷିଦ୍ଧ କରିବା, ପ୍ରିପେଡ୍ ବିଦୁ୍ୟତ୍ ମିଟର ଲଗାଇବା ବନ୍ଦ କରିବା ସହ ଜନବିରୋଧୀ ବିଦୁ୍ୟତ୍ ସଂଶୋଧନ ବିଲ୍ ୨୦୨୨କୁ ବାତିଲ୍ କରିବା ଏବଂ ସମସ୍ତ ଘରୋଇ ଉପଭୋକ୍ତା ମାନଙ୍କୁ ୨୦୦ୟୁନିଟ୍ ବିଜୁଳି ମାଗଣା ଯୋଗାଇଦେବା, ଛେଣ୍ଡିପଦା-ଅନୁଗୁଳ ରାସ୍ତାରେ ଦିନ ସମୟରେ ଭାରିଯାନ ଚଳାଚଳ ବନ୍ଦ କରିବା, ·ଷୀମାନଙ୍କୁ ସାର, ଔଷଧ, ବିହନ ଓ କୃଷ ଯନ୍ତ୍ରପାତି ରିହାତି ମୂଲ୍ୟରେ ଯୋଗାଇଦେବାସହ ସମସ୍ତ ·ଷଜମିକୁ ଜଳସେଚନ ବ୍ୟବସ୍ଥା କରିବା, ହାତୀ, ମାଙ୍କଡ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବ ବନ୍ଦ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ମୂଲ୍ୟବୃଦ୍ଧି ବନ୍ଦ କରିବା, ମଦ, ଡ୍ରଗ୍ସ, ବ୍ରାଉନ୍ ସୁଗାର ଭଳି ମାଦକଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଆଦି ୧୨ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରତିନିଧି ମଣ୍ଡଳୀଙ୍କ ପକ୍ଷରୁ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ସଞ୍ଜୟ ସାହୁଙ୍କ ନେତୃତ୍ୱରେ କୁମର ସାହୁ, ବିଜୟ କୁମାର ପ୍ରଧାନ, ନର୍ମଦା ସାହୁ, ମୀନାକ୍ଷୀ ମହାପାତ୍ର, ହର୍ଷବର୍ଦ୍ଧନ ସାହୁ, ସୁବାସ ଦେହୁରୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବି.ଡି.ଓ.ଙ୍କ ଜରିଆରେ ପ୍ରଦାନ କରାଯାଇଛି ।