ନୂଆଦିଲ୍ଲୀ : ଆସନ୍ତା ୨୬ ତାରିଖରେ ଜି୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କୁ କହିଛନ୍ତି ।
‘ଜି୨୦ ୟୁନିଭର୍ସିଟି କନେକ୍ଟ-ଆମ ଯୁବ ଶକ୍ତିକୁ ପ୍ରୋତ୍ସାହିତ କରିବା’ ଶୀର୍ଷକରେ ସେ ଏକ ଲିଙ୍କଡଇନ୍ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।
ଏକ୍ସରେ ମୋଦୀ ପୋଷ୍ଟ କରିଛନ୍ତି:
‘ମୋର ଯୁବ ବନ୍ଧୁଗଣ,
ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ଜି୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ତୁମେମାନେ ଭାଗ ନେବାକୁ ମୁଁ ଅପେକ୍ଷା କରିଛି । ଗତ ବର୍ଷରେ ଜି୨୦ ୟୁନିଭର୍ସିଟି କନେକ୍ଟ ଭାରତର ଜି୨୦ ଅଧ୍ୟକ୍ଷତାର ପ୍ରାଥମିକତା ଥିôବା କ୍ଷେତ୍ର ଉପରେ ଆଲୋକପାତ କରିବା ପାଇଁ ଏକ ଉତ୍ତମ ମଞ୍ଚ ଭାବେ ଉଭା ହୋଇଛି ।
ବିଭିନ୍ନ ପ୍ରସଙ୍ଗରେ ଉତ୍ସାହଜନକ ବିଚାରଧାରା ବିନିମୟ ହେବ ବୋଲି ଆଶା କରୁଛି ।