ମାଲକାନଗିରି : ବଜରଙ୍ଗ ମାର୍କେଟ କମିଟି ପଦ୍ମଗିରି ମାଲକାନଗିରି ତରଫରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କୁ ସ୍ଵର୍ଗ ରଥ ଗରିବ ଓ ଆଦିବାସୀ ମାନଙ୍କୁ ମାଗଣା ଯୋଗାଇ ଦେବା ପାଇଁ ଏକ ଦାବିପତ୍ର ଦିଆଯାଇଛି |
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସମୟରେ ମୃତ୍ୟ ଘଟିଲେ ମୃତକ ଙ୍କ ପରିବାର ଲୋକ ସ୍ୱର୍ଗରଥ ରେ ମୃତ୍ୟୁ ଶରୀରକୁ ନେବାପାଇଁ କିଲୋମିଟର ପିଛା ୧ ୩ ଟଙ୍କା ଜମା କରିବାକୁ ପଡୁଛି | ମାଲକାନଗିରି ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ଏଠାକାର ଲୋକ ବହୁତ ଆର୍ଥିକ ସ୍ଥିତି ଖ ରାପ ଓ ଦୁର୍ବଳ ଥିବା ଯୋଗୁଁ କିଲୋମିଟର ପିଛା ତେର ଟଙ୍କା ଦେବା ବହୁତ କଷ୍ଟ ହୋଉଛି | କିଏ ତ ସୁନା ଗହଣା ବନ୍ଦା ବା ଜମି ବନ୍ଦା କରି ବା ଧାର ଉଦ୍ଧାର କରି ସ୍ୱର୍ଗରଥ ଗାଡି ନେଉଛନ୍ତି | ରାଜ୍ୟ ସରକାର ଏହାର ଉଚିତ ପଦକ୍ଷେପ ନେଇ ମାଗଣା ସ୍ୱର୍ଗରଥ ମାଲକାନଗିରି ଜିଲ୍ଲା ବାସୀଙ୍କୁ ଯୋଗାଇ ଦେବାକୁ ଦାବୀ ଜଣାଇଛନ୍ତି |