ନୂଆଦିଲ୍ଲୀ : କରମା ପୂଜାର ଶୁଭେଚ୍ଛା ଜଣାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ କରମ ପୂଜାର ଶୁଭେଚ୍ଛା ଏବଂ ଶୁଭକାମନା । ଏହି ଗଣପର୍ବ ଭାଇ-ଭଉଣୀର ଅତୁଟ ସ୍ନେହ ଓ ମାନବତା ଦ୍ୱାରା ପ୍ରକୃତି ପ୍ରତି ସମ୍ମାନକୁ ବ୍ୟକ୍ତ କରିବାର ପର୍ବ ଅଟେ । ଏହି ଉତ୍ସବ ଆମର ପାରସ୍ପରିକ ସମ୍ପର୍କକୁ ମଜବୁତ କରିବା ସହ ଆମକୁ ପରିବେଶ ପ୍ରତି ସମ୍ବେଦନଶୀଳ କରାଉ ବୋଲି କାମନା କରିଛନ୍ତି ରାଷ୍ଟ୍ରପତି ।