ପାଣଜୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋଆରେ ୟୁନିଫର୍ମ ସିଭିଲ କୋଡର ପ୍ରଶଂସା କରିଛନ୍ତି ।ସେ କହିଛନ୍ତି ଯେ ଏହା ରାଜ୍ୟ ପାଇଁ ଗୌରବର କଥା ତଥା ଦେଶ ପାଇଁ ଏକ ଭଲ ଉଦାହରଣ ।
ତିନି ଦିନିଆ ଯାତ୍ରାରେ ଗୋଆ ପହଂଚିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଜଭବନ ଠାରେ ଆୟୋଜିତ ଏକ ନାଗରିକ ଅଭିନନ୍ଦନ ସମାରୋହରେ ଉଦବୋଧନ ଦେଇ ସେ ଏହା କହିଛନ୍ତି ।