ସମ୍ବଲପୁର, ୨ ମାର୍ଚ୍ଚ – ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗସ୍ତର ଅନ୍ତିମ ଦିବସରେ ସମ୍ବଲପୁରରେ ପହଂଚିଛନ୍ତି । ସନ୍ଥ କବି ଭୀମଭୋଇଙ୍କ ଆର୍ବିଭାବ ପୀଠ, କନ୍ଦରା ସ୍ଥିତ ଜ୍ଞାନପୀଠ ଏବଂ ମଧୁପୁର ସ୍ଥିତ ପ୍ରାପ୍ତି ପୀଠ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ସେଠାରେ ଉପସ୍ଥିତ ଥିବା କୁନି କୁନି ପିଲା ମାନଙ୍କୁ ଚକୋଲେଟ୍ ବାଂଟିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାର୍ବନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦିନ ରହଣି ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।