ଭୁବନେଶ୍ୱର : ବେଆଇନ ମଦ କାରବାରର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ । ଭୁବନେଶ୍ୱର ସାଲିଆସାହିରୁ ଶହ ଶହ ଲିଟର ରନ୍ଧା ଦେଶୀ ମଦ ଜବତ ହୋଇଛି । ଘଟଣାସ୍ଥଳରୁ ବିଭିନ୍ନ ମଦ ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରିବା ସହ ଅବକାରୀ ବିଭାଗ ଘଟଣାରେ ୧୫ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି ।
ପାର୍ବଣ ପୂର୍ବରୁ ଆକ୍ସନ ମୋଡ୍ କୁ ଆସିଛି ଅବକାରୀ ବିଭାଗ । ଦଶହରା ଓ କୁମାରପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ସାଲିଆ ସାହିରେ ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗ ଖବର ପାଇ ଚଢାଉ କରିଥିଲା । ସେଠାରୁ ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ଥାନା । ଏହାସହ ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ମଧ୍ୟ ଜବତ କରିଛି । ଏଥିରେ ସମ୍ପୃକ୍ତ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ପୂଜା ପାଇଁ ଏତେ ବ୍ୟାପକ ପରିମାଣର ମଦ ତିଆରି ଚାଲିଥିବା ସେମାନେ ସ୍ୱୀକାର କରିଛନ୍ତି । ଆଗକୁ କୁମାର ପୂର୍ଣ୍ଣିମା ଥିବା ବେଳେ ଦେଶୀ ମଦର ଡିମାଣ୍ଡକୁ ଦୃଷ୍ଟିରେ ରଖି ତିଆରି ଚାଲିଥିବା ଜଣାପଡିଛି । ସେପଟେ ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ଉ ଅଭିଯାନ ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।