
Best wallpaper database with police, wallpaper, widescreen
ରାଉରକେଲା : ରାଉରକେଲା ଏଡିଏମ ଅଫିସ ର ପୂର୍ବତନ ଆସିଷ୍ଟାଣ୍ଟ କଲେକ୍ଟର ସ୍ଵର୍ଗୀୟା ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ଏହା ଭିତରେ ୧୬ ଦିନ ବିତିସାରିଥିବା ବେଳେ, ଏଥିରେ ଯେଉଁମାନେ ତାଙ୍କ ମା ଓ ଭାଇଙ୍କ ମତରେ ଅଭିଯୁକ୍ତ ସେମାନଙ୍କ ଭିତରୁ ୨ ଜଣଙ୍କୁ ପଚରା ଉଚରା କରାଯାଇଥିବା ବେଳେ ଆଜି ତାଙ୍କ ସ୍ଵାମୀ ସୁଶୀଲ ଟପ୍ନୋଙ୍କୁ ପଚରା ଉଚରା ସରିଛି, ହେଲେ ଏଯାଏ ମାମଲାର କୌଣସି ଖିଅ ପୁଲିସ ପାଇ ପାରୁନାହିଁ । ସେପଟେ ଏହାକୁ ନେଇ ଜିଲ୍ଲା ବନ୍ଦ ସହ ଆଦିବାସୀ ମାନଙ୍କ ଆନ୍ଦୋଳନ ଯୋର ଧରିଛି । ଆଜି ସୁନ୍ଦରଗଡରେ ଘଟଣାର ସିବିଆଇ ଯାଂଚ ଦାବି କରି ଜିଲ୍ଲାପାଳଙ୍କ ଅଫିସକୁ ଶହ ଶହ ମହିଳା ଘେରିବା ସହ ଗେଟକୁ ଭାଂଗିବାକୁ ଉଦ୍ୟମ ସହ ପାଣି ବୋତଲ ଅଫିସ ଭିତରକୁ ଫୋପାଡିବା ଘଟଣା ମହିଳା ମାନଙ୍କ କ୍ରୋଧ ପଦାକୁ ଆସିଥିବା ଦେଖାଯାଇଥିଲା ।
ରାଉରକେଲା ପୁଲିସ ଏହି ମାମଲାରେ ଜଣେ ଡିଏସପିଙ୍କୁ ଯାଞ୍ଚ ଦାୟିତ୍ଵ ଦେଇଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ କହୁଛି ଶ୍ଵାସରୁଦ୍ଧ ହୋଇ ସୁସ୍ମିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ହେଲେ ତାଙ୍କ ପରିବାର ଲୋକେ କହିବା କଥା ମୃତ ଶରୀରରେ ଅନେକ ଦାଗ ରହିଥିଲା, ପୁଲିସ ମଧ୍ୟ ଅଭିଯୋଗକାରୀ ସୁସ୍ମିତାଙ୍କ ଭାଇଙ୍କୁ ଧମକ ଚମକ ଦେବା ଅଭିଯୋଗ ଘଟଣାରେ ସେମାନେ ପୁଲିସ ଉପରେ ଆଉ ଭରଷା ରଖିନାହାନ୍ତି, ତେଣୁ ମାମଲାକୁ ସିବିଆଇକୁ ଦେଇଦିଆଯାଉ ବୋଲି ଦାବି କରିଚାଲିଛନ୍ତି । ଆଜି ସୁସ୍ମିତାଙ୍କ ସ୍ଵାମୀ ସୁଶୀଲଙ୍କୁ ଛତିଶଗଡରୁ ଡକାଇ ସକାଳୁ ମାରାଥନ ଜେରା ଏସପି ଅଫିସରେ ଡିଏସପି ବନିତା ମାଝି କରିଛନ୍ତି, ହେଲେ ମାମଲାର କୌଣସି ଖିଅ ପାଇ ପାରିନାହାନ୍ତି । ସେମାନଙ୍କ ଡାଇଭର୍ସ ମାମଲା, ଉଭୟଙ୍କ ଭିତରେ କେଉଁ ସ୍ଥିତିରେ କାହିଁକି ଅଶାନ୍ତି ଆସିଲା ଠାରୁ ଆରମ୍ଭ କରି ନାନା କଥା ପଚରା ଉଚରା କରିଛନ୍ତି । ସୁଶୀଲ ଜଣେ ବ୍ୟାଙ୍କ କର୍ମଚାରୀ, ସେ ସୁସ୍ମିତାଙ୍କୁ ମୃତ୍ୟୁ ପୂର୍ବରୁ କୋର୍ଟରେ ଭେଟିଥିଲେ । ତେବେ ଏହି ମାମଲାରେ ଜିଲ୍ଲାପାଳ, ସିଡିପିଓ, ଏଡିଏମ, ବିଡିଓ ତଥା ମୃତା ଏଏସଆଇଙ୍କୁ ଅଭିଯୁକ୍ତ ବୋଲି ସୁସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପଚରା ଉଚରା ସ୍ଵାମୀଙ୍କ ସହ ୩ ଜଣଙ୍କର ସରିଲା ଜଣେ ସ୍ଵର୍ଗବାସୀ ହେଲେ, ଏବେ କେବେ କେଉଁଠାରେ ଜିଲ୍ଲାପାଳ ଓ ଏଡିଏମଙ୍କୁ ପୁଲିସ ଜେରା କରୁଛି ତାହା ଦେଖିବାକୁ ଜିଲ୍ଲାବାସୀ ଅପକ୍ଷା କରି ରହିଛନ୍ତି ।