ପୁରୀ : ପୁରୀ ଜିଲ୍ଲାର ସତ୍ୟବାଦୀ ଅଂଚଳରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ କାଳିମାଡ ଘଟଣାରେ ଅଟକ ରଖିଥିବା ଭାସ୍କର ସାହୁଙ୍କୁ ପୋଲିସ ଛାଡି ଦେଇଛି । ଗତକାଲି ବିଳମ୍ବିତ ରାତିରେ ଭାସ୍କରଙ୍କୁ ଛାଡି ଦେଇଛି ପୁରୀ ପୋଲିସ । ଭାସ୍କରଙ୍କ ବଡଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ଛାଡିଥିବା ସୂଚନା ମିଳିଛି ।
ଗତକାଲି ଫାଇଭ-ଟି ସଚିବ ନିମାପଡ଼ା, କାକଟପୁରରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀ ବ୍ଲକର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଯୋଗଦେଇଥିଲେ । ସେଠାରେ ଲୋକଙ୍କ ସହିତ ହାତ ମିଳାଉଥିବା ବେଳେ ଭାସ୍କର ତାଙ୍କ ଉପରକୁ କାଳିମାଡ କରିଥିଲେ । ଭିଡ଼ ଭିତରୁ ପୋଲିସ ତାଙ୍କୁ କାବୁ କରିଥିଲା । ଥାନାରେ ଅଟକ ରଖିବା ସହ ପଚରା ଉଚରା କରିଥିଲା । ଗତକାଲି ବିଳମ୍ବିତ ରାତିରେ ଭାସ୍କରଙ୍କୁ ଛାଡି ଦେଇଛି ପୁରୀ ପୋଲିସ ।