ଭୁବନେଶ୍ୱର : ବନ କର୍ମଚାରୀଙ୍କୁ ମିଳିବ ପୋଲିସ କ୍ଷମତା । ବନ ଅଧିକାରୀମାନେ ଶିକାରୀ ଓ ସନ୍ଦିଗ୍ଧ ଙ୍କ ମୋବାଇଲ ଟ୍ରାକିଙ୍ଗ କରିପାରିବେ । ଲୋକେସନ ଟ୍ରାକ ସହ କଲ ଡିଟେଲସ ମଧ୍ୟ ଯାଂଚ କରିବା ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସହିପରି ଶିକାରୀ ଙ୍କ ଦମନ ପାଇଁ ଗୁଳି ଚାଳନା ପ୍ରଶିକ୍ଷଣ ନେଉଛନ୍ତି ବନ ଅଧିକାରୀ । ଏପର୍ଯ୍ୟନ୍ତ ୯୦ ଅଧିକାରୀ ଏହି ପ୍ରଶିକ୍ଷଣ ନେଇ ସାରିଥିବା ବେଳେ ଅନ୍ୟ ଅଧିକାରୀମାନେ ପର୍ଯାୟକ୍ରମେ ପ୍ରଶିକ୍ଷଣ ନେବେ ବୋଲି ସୂଚନା ଦେଇଛନ୍ତି ପିସିସିଏଫ (ୱାଇଲ୍ଡ ଲାଇଫ୍) ସୁଶୀଲ କୁମାର ପୋପଲି ।
ଶନିବାର ଦିନ ସ୍ଥାନୀୟ ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି, ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ପ୍ରଦିପ କୁମାର ଅମାତ୍ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବନ୍ୟପ୍ରାଣୀ ତଥା ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ଏହି ଉତ୍ସବ ପାଳନ ଅବସରରେ ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା । କ୍ୱିଜ୍ , ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତା ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା ।