ବାରିପଦା : ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ ବଂସଲ ଶିମିଳିପାଳ ସୁରକ୍ଷା ନେଇ ମୟୂରଭଞ୍ଜ ଏସ୍ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ବରିଷ୍ଠ ପୋଲିସ ଓ ବନବିଭାଗ ଅଧିକାରୀ ମାନେ ଉପସ୍ଥିକତ ଥିଲେ ।
ବୈଠକରେ ଦିଆଯାଇଥିବା ସୂଚନା ଅନୁସାରେ ଶିମିଳିପାଳ ଆଖପାଖ ରେ ବଡ ସର୍ଚ୍ଚ ଅପରେସନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ୧୪ଟି ଥାନାରେ ଜୁନ ୧୮ରୁ ଆରମ୍ଭ ହୋଇଥିବା ତଲାସୀ ଅଭିଯାନରେ ଆଜି ପର୍ଯ୍ୟନ୍ତ ୨୧ ଶୀକାରୀ ଗିରଫ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏଥିରେ ୧୬୫ ଦେଶୀବନ୍ଧୁକ ସହ ବନ୍ଧୁକ ତିଆରି କାରଖାନା ମଧ୍ୟ ଜବତ ହୋଇଛି । ୫୦୦ଗନ ପାଉଡର , ବଜ୍ରକାପ୍ତା କାତି, ହରୀଣ ସିଂଘ ମଧ୍ୟ ଜବତ ହୋଇଛି ।