କୋରବା/ଜାଂଜଗିର-ଚାଂପା, ୫ ଜୁଲାଇ – ଜାଂଜଗିର-ଚାଂପା ଜିଲ୍ଲାରେ ଆଜି ସକାଳେ ବିରା ଥାନା ଅନ୍ତର୍ଗତ କିକିରଦା ଗ୍ରାମରେ କୂଅରେ ବିଷାକ୍ତ ଗ୍ୟାସ୍ ଲିକ୍ ଫଳରେ ବାପା ଓ ଦୁଇ ପୁଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି ।
କୁହାଯାଉଛି ଯେ, ଜଣେ ବ୍ୟକ୍ତିକୁ ବଂଚାଇବାକୁ ଯାଇ କୂଅ ଭିତରକୁ ଜଣକ ପରେ ଜଣେ ୫ ଜଣ ଯାଇଥିଲେ । ସେତେବେଳେ ଏହି ଦୁଃଖଦ ଘଟଣା ଘଟିଥିଲା ।
ସୂଚନା ଅନୁଯାୟୀ, ସେ କୂଅରେ ପ୍ରଥମେ ଜଣେ ଲୋକ ର କାଠ ପଡିଯିବାରୁ ସେ ସେହି କାଠକୁ କୂଅ ଭିତରୁ ବାହାର କରିବାକୁ କୂଅ ଭିତରକୁ ଯାଇଥିଲା । ଏତିକି ବେଳେ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ପ୍ରଥମେ କୂଅ ଭିତରକୁ ଯାଇଥିବା ଲୋକଟି ବେହୋସ୍ ହୋଇଯାଇଥିଲା । ଏହାପରେ ତାଙ୍କୁ ବଂଚାଇବାକୁ ଜଣକ ପରେ ଜଣେ କୂଅ ଭିତରକୁ ଯାଇଥିଲେ । ହେଲେ ଆଉ ବାହାରକୁ ବାହାରି ପାରିନଥିଲେ ।
ପଡ଼ୋଶୀ ମାନଙ୍କ କହିବା ଅନୁସାରେ, ରମେଶ ପଟେଲ ପ୍ରଥମେ ଜଣେ ଲୋକକୁ ବଂଚାଇବାକୁ କୂଅ ଭିତରେ ପଶିଥିଲେ । ଏହାପରେ ତାଙ୍କର ଦୁଇ ପୁଅ ରାଜେନ୍ଦ୍ର, ଜିତେନ୍ଦ୍ର ମଧ୍ୟ କୂଅ ଭିତରକୁ ଯାଇଥିଲେ । ପରେ ପଡ଼ୋଶୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଟିକେଶ ଚନ୍ଦ୍ର ମଧ୍ୟ ଏମାନଙ୍କୁ ବଂଚାଇବାକୁ କୂଅ ଭିତରକୁ ଯାଇଥିଲେ । ହେଲେ କେହି ଫେରିନଥିଲେ । କୂଅ ଭିତରେ ଗ୍ୟାସ୍ ଲିକ୍ ଯୋଗୁଁ ଦୁଇ ପୁଅ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛିୁ