ନୂଆଦିଲ୍ଲୀ, 25 ଫେବୃଆରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫେବୃୟାରୀ 26 ଦ୍ୱିପ୍ରହର 12.30 ବେଳେ ଭିସି ଜରିଆରେ 41ହଜାର କୋଟି ଟଙ୍କାରୁ ଅଧିକର ପ୍ରାୟ 2ହଜାର ରେଲୱେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନା ଆଧାରରେ 19ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର 553 ରେଲୱେ ଷ୍ଟେସନର ପୁନର୍ବିକାଶର ଆଧାରଶିଳା ରଖିବେ । ପୁନର୍ବିକାଶ ଗୋମତୀ ନଗର ରେଲୱେ ଷ୍ଟେସନର ମଧ୍ୟ ଉଦଘାଟନ କରିବେ । ଏହାସହିତ ପ୍ରାୟ 21,520 କୋଟି ଟଙ୍କାରେ ଦେଶରେ ପ୍ରାୟ 15ଶହ ରୋଡ୍ ଓଭରବ୍ରିଜ ଓ ଅଣ୍ଡରପାସର ଶିଳାନ୍ୟାସ ଓ ଉଦଘାଟନ କରିବେ ।
କାଲି ସକାଳେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଦେଶରେ ଆୟୋଜିତ ହେବାକୁ ଥିବା ଏବେ ସୁଦ୍ଧା ସବୁଠୁ ବଡ ବିଶ୍ୱ କପଡା କାର୍ଯ୍ୟକ୍ରମରୁ ଅନ୍ୟତମ, ଭାରତ ଟ୍ୟାକ୍ସ 2024ର ଉଦଘାଟନ କରିବେ । ଭାରତ ଟ୍ୟାକ୍ସ 2024ର ଆୟୋଜନ 26-29 ଫେବୃୟାରୀ ଯାଏ ହେବ ।ର