ନୂଆଦିଲ୍ଲୀ: ମଣିପୁରରେ ଘଟିଥିବା ହିଂସା ଉପରେ ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଊପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜବାବ ରଖିବେ।
ଗତ ଦୁଇ ଦିନ ହେବ ସଂସଦରେ ଏ ନେଇ ତୀବ୍ର ବିତର୍କ ହୋଇଥିଲା ଏବଂ ମଣିପୁରରେ ସରକାର ଏକ ବଡ଼ ବିଭାଜନ ସୃଷ୍ଟି କରିଥିବା ବିରୋଧୀଦଳ ଅଭିଯୋଗ କରିଥିଲେ। ସରକାର ମୁଖ୍ୟତଃ ଏହାର କଲ୍ୟାଣ କାର୍ଯ୍ୟ ଉପରେ ଧ୍ୟାନ ଦେଇ ବର୍ତ୍ତମାନ ସୁଧା ନିଜକୁ ରକ୍ଷା କରିଛନ୍ତି।
ଗତକାଲି ସଂସଦକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ମଣିପୁର ପରିଦର୍ଶନ କରିନାହାଁନ୍ତି କାହିଁକି? ଶାସକ ଦଳର ଦୃଢ ବିରୋଧ ମଧ୍ୟରେ ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମଣିପୁରକୁ ଯାଇ ନାହାଁନ୍ତି କାରଣ ସେ ଏହାକୁ ଭାରତର ଏକ ଅଂଶ ବୋଲି ଭାବନ୍ତି ନାହିଁ। ଆପଣ (ବିଜେପି) ମଣିପୁରକୁ ବିଭକ୍ତ କରିଛନ୍ତି।”
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋଭିଡ ଏବଂ ଡ୍ରଗ୍ସର ବିପଦ ବିରୋଧରେ କେନ୍ଦ୍ରର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ। ମଣିପୁର ହିଂସାକୁ ଦୂର କରିବା ପାଇଁ ସେ ସରକାରଙ୍କ ଉଦ୍ୟମକୁ ସ୍ପଷ୍ଟ କରି କହିଛନ୍ତି ଯେ ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ।
ମଣିପୁରସଂପର୍କରେ ବିରୋଧୀ ଦଳ ଆଲୋଚନା କରିବାକୁ ଦାବି କରୁଥିଲାବେଳେ ସରକାର କହିଥିଲେ ଯେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହକୁ ସମ୍ବୋଧିତ କରିବେ ନାହିଁ। ବିରୋଧୀ ଯୁକ୍ତି ଦର୍ଶାଇଛନ୍ତି ଯେ,ଅନାସ୍ଥା ପ୍ରସ୍ତାବ କାରଣରୁ ପ୍ରଧାନମନ୍ତ୍ରୀ ସଂସଦରେ ମଣିପୁର ପ୍ରସହ୍ଗରେ ଊତ୍ତର ରଖିବାକୁ ବାଧ୍ଯହେବେ ବୋଲି କହିଛନ୍ତି ।
ଗତକାଲି ସଂସଦରେ ରାହୁଲ ଗାନ୍ଧୀ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ଏହାର ଜବାବରେ ସ୍ମୃତି ଇରାନୀଙ୍କ ସମେତ ଅନ୍ୟ ବିଜେପି ନେତା କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ।