ନୂଆଦିଲ୍ଲୀ : ମହମ୍ମଦ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ମୋଦି କହିଛନ୍ତି ଯେ, ମହମ୍ମଦ ମିଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି । ଭାରତ-ମାଲଦ୍ୱୀପ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଭାରତ ମହାସାଗରରେ ଆମର ସାମଗ୍ରିକ ସହଯୋଗକୁ ବୃଦ୍ଧି କରିବା ପାଇଁ ଭାରତ ପ୍ରତିବଦ୍ଧ ରହିଛି ବୋଲି ପିଏମ କହିଛନ୍ତି ।