ନୂଆଦିଲ୍ଲୀ : କର୍କଟର ଚିିକିତ୍ସା ଲାଗି ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ ସୂଚନା ଦେଇଛନ୍ତି ଯେ, ଇଏସଆଇ କର୍ପୋରେସନର ୧୯୧ତମ ବୈଠକରେ ଭାରତର ୩୦ ଏଏସଆଇସି ଡାକ୍ତରଖାନାରେ କେମୋଥେରାପି ସେବା ଆରମ୍ଭ କରାଯାଇଛି ।
ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘କର୍କଟ ରୋଗର ଚିକିତ୍ସା ପାଇଁ ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରଶଂସନୀୟ ପ୍ରୟାସ । ଏଥିରୁ ପୂରା ଦେଶରେ ବହୁ ଲୋକେ ଉପକୃତ ହେବେ ।’