ନୂଆଦିଲ୍ଲୀ : ବାରାଣାସୀରେ ଜି -20 ସଂସ୍କୃତି ମନ୍ତ୍ରୀ ବୈଠକର ପ୍ରତିନିଧୀଙ୍କ ସମ୍ମାନାର୍ଥେ ସଂଗୀତ ପରିବେଷଣ କରିଥିବା ‘ସୁର ବାସୁଧା’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଏହି ଅର୍କେଷ୍ଟ୍ରାରେ 29 ଜି20 ସଦସ୍ୟ ଏବଂ ନିମନ୍ତ୍ରିତ ଦେଶର ସଂଗୀତଜ୍ଞମାନେ ରହିଥିଲେ । ବିଭିନ୍ନ ବାଦ୍ୟଯନ୍ତ୍ର ସହିତ କଣ୍ଠଶିଳ୍ପୀମାନେ ସେମାନଙ୍କର ମାତୃଭାଷାରେ ସଂଗୀତ ପରିବେଷଣ କରିଛନ୍ତି । ଅର୍କେଷ୍ଟ୍ରାର ଚିତ୍ତାକର୍ଷକ ସ୍ୱରଗୁଡ଼ିକ “ବସୁଧୈବ କୁଟୁମ୍ବକମ୍” ର ଉତ୍ସାହକୁ ପରିପ୍ରକାଶ କରିଥିଲା ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ବ ହେଉଛି ଗୋଟିଏ ପରିବାର ।
କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଏବଂ ଡିଓଏନଇଆର ଜି କିଶନ ରେଡ୍ଡୀଙ୍କ ଏକ ଟ୍ବିଟର ଥ୍ରେଡର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ ଟ୍ବିଟର ପୋଷ୍ଟରେ କହିଛନ୍ତି;
‘‘ସର୍ବ ପୁରାତନ କାଶୀ ସହରରୁ ବସୁଧୈବ କୁଟୁମ୍ବକମ୍ ବାର୍ତ୍ତାକୁ ପ୍ରସାରିତ କରିବାର ଏହା ଏକ ଉତ୍ତମ ଉପାୟ!’’ ।