ମାଲକାନଗିରି : ପିଇଓ ଚାକିରିରେ ପ୍ରବେଶ ନିମନ୍ତେ ଶିକ୍ଷାଗତ ଯୋଗ୍ୟତାକୁ ପରିବର୍ତ୍ତନ କରାଯାଇ ଯୁକ୍ତ ଦୁଇ ଏବଂ ଡିଗ୍ରୀ ଯୋଗ୍ୟତା ମାପଦଣ୍ଡ ରଖାଯାଉ ଏବଂ ପେ ଲେବଲ-୫ରୁ ପେ ଲେବୁଲ -୯କୁ ଉନ୍ନିତ କରାଯାଇ । ୨୧ ହଜାର ୭ ଶହ ଟଙ୍କାକୁ ୩୫ ହଜାର ୪ ଶହ ଟଙ୍କା ଦରମା କରାଯାଉ। ଏହା ସହିତ ଦଶବର୍ଷ ଚାକିରି ପୂରଣ ପିଇଓଙ୍କ ପଦୋନ୍ନତି ସହିତ ୩୦ରୁ ୪୦ ବର୍ଷ ଚାକିରି କରିଥିବା ପିଇଓଙ୍କୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ଆଦି ୨ ଦଫା ଦାବିନେଇ ମାଲକାନଗିରି ଜିଲ୍ଲା ପିଇଓ ସଂଘ ପକ୍ଷରୁ ପ୍ରବଳ ବର୍ଷା ସତ୍ବେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି ।
ଜିଲ୍ଲା ସଂଘ ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ଵରେ ସଂଘର ଉପସଭାପତି ଭୋଳାନାଥ ବିଶ୍ଵାସ, ସାଧାରଣ ସମ୍ପାଦକ କିଶୋର କୁମାର ମହାରଣା, ଶୁଭ୍ରାଂଶୁ ନାୟକ, ଦୟାନିଧି ନିମାଲ, ବିଷ୍ଣୁ ଚରଣ ତ୍ରିପାଠୀ, ଅଶୋକ କୁମାର ମହାରଣା, ଏନ. ହୃଷିକେଶ ରାଓ, ଦେବେନ୍ଦ୍ରନାଥ ନାୟକ, ରତନ ରାୟ, ନିଖିଲ ବାନାର୍ଜୀ, ଗୋଲକ ପଟ୍ଟନାୟକ, ଶ୍ରୀନିବାସ ପଣ୍ଡା, ଅଶୋକ ମହାରଣା, ହର୍ଷିତ ଢ଼ାଲି, ନାରାୟଣ ହାଁସଦା ପ୍ରମୁଖଙ୍କ ସହ ଜିଲ୍ଲାର ୧୧୧ଟି ପଞ୍ଚାୟତରେ କାର୍ଯ୍ୟରତ ଅନ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଥିଲେ।